Posts

Showing posts with the label ଓଡ଼ିଆ ଗଳ୍ପ

ମିଛ

Image
ମାମୁଘର ସମ୍ବଲପୁରରେ ରହି ମୁଁ ଦ୍ଵିତୀୟ ଶ୍ରେଣୀରେ ପଢୁଥାଏ। ମୋ ସ୍କୁଲ୍ ର ନା ଥିଲା ହୀରାଖଣ୍ଡ ପ୍ରାଥମିକ ବିଦ୍ୟାଳୟ, ହୀରାକୁଦ। ମୋ ଅଜା ମଧ୍ୟ ଆଗରୁ ସେହି ସ୍କୁଲ୍ ରେ ହେଡ ମାଷ୍ଟର ଥିଲେ। ଅଗଷ୍ଟ ୧୫ ତାରିଖ ର ଘଟଣା। ମୋ ସାଙ୍ଗ ଶିବୁନା ମୋତେ ଘରକୁ ଡାକିଲା । କହିଲା ଘରେ ଭୋଜି ହେଉଛି, ଚାଲ୍ ଘରେ ମଟନ ଖାଇବା। ଛୋଟବେଳରୁ ମଟନ ମୋର ଭାରି ପ୍ରିୟ। ଏବେ ଯାଏଁ ମଧ୍ୟ ରବିବାର ହେଲେ ମୁଁ ସିଧା ସକାଳୁ ମଟନ ଦୋକାନରେ ପହଞ୍ଚି ଯାଏ। ତ ବାସ୍, ମୁଁ ରାଜି ହେଇଗଲି ଶିବୁନା କଥାରେ । ସ୍କୁଲ୍ ରେ ପତାକା ଉତ୍ତୋଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସାରିବା ପରେ ମୁଁ କାହାକୁ ନ ଜଣାଇ ବାହାରି ପଡ଼ିଲି ମୋ ସାଙ୍ଗ ସହିତ ତା ଘରକୁ ।   ତା ଘରେ ପହଞ୍ଚି ଗାଧୋଇ ପାଧେଇ ଖୁସି ରେ ଭାତ,ଡାଲି, ଖଟା,ମଟନ ପେଟେ ଖାଇଦେଇ ମୁଁ ତାଙ୍କରି ଘରେ ଶୋଇ ପଡ଼ିଲି। ଏପଟେ କିନ୍ତୁ ମୁଁ ଘର କୁ ନ ଫେରି ଥିବାରୁ ମୋ ଅଜା ଆଈଙ୍କ ମୁଣ୍ଡରେ ଚିନ୍ତା ବଢ଼ି ଯାଇଥିଲା। ସେମାନେ ସବୁଆଡେ ଖୋଜା ଖୋଜି କଲେ,କେତେ ଆଡେ ଫୋନ୍ ଲଗାଇ ଦେଖିଲେ। ମୋର କେତେ ଜଣ ସାଙ୍ଗ ଙ୍କ ଘରକୁ ମଧ୍ୟ ଯାଇକି ପଚାରିଲେ । ହେଲେ ମତେ ପାଇଲେ ନାହିଁ । ଅପରାହ୍ନ ପ୍ରାୟ ୫.୩୦ ପାଖାପାଖି ମୋ ନିଦ ଭାଙ୍ଗିଲା। ନିଦ ଭାଙ୍ଗିବା ପରେ ମୁଁ ବ୍ୟସ୍ତ ହେଇପଡ଼ିଲି ଫେରିବା ପାଇଁ, କାରଣ ମୁଁ ଘରେ ଜଣାଇ ନଥିଲି । ଶିବୁନା ର ସାଇକଲ ଧରି ସାଙ୍ଗେ ସାଙ୍ଗେ ବାହାରିଲି ଘରକୁ । 

ମୋ ଅନୁଭୂତିରେ ଜଗନ୍ନାଥ

Image
ଛୋଟବେଳରୁ ଜଗନ୍ନାଥ ମୋର ଭାରି ପ୍ରିୟ। ଅଜା କୁହନ୍ତି ଜଗନ୍ନାଥଙ୍କର ଓ ମୋର ସମ୍ପର୍କ କୁଆଡେ ଜନ୍ମରୁ। କୁହନ୍ତି ମୋତେ ଯେବେ ସେ ରଥ ଛୁଆଁଇବାକୁ ନେଇକି ଯାଇଥିଲେ ରଥଯାତ୍ରା ଦିନ, ମୋତେ ପଣ୍ଡିତେ ଟେକି ନେଇଥିଲେ ରଥ ଉପରକୁ ଏବଂ କୋଳରେ ଧରି ଭୋଗ କରୁଥିଲେ। ହଠାତ୍ ମୁଁ ତାଙ୍କ କୋଳରୁ ଜଗନ୍ନାଥଙ୍କ ପାଦତଳକୁ ଗଡି ଯାଇଥିଲି।ଏହା ଦେଖି ପଣ୍ଡିତେ ଅଜାଙ୍କୁ ଆଞ୍ଚଳିକ ସମ୍ବଲପୁରୀ ଭାଷା ରେ କହିପକେଇଥିଲେ "ସାହୁବାବୁ, କାଲିଆ ତୁମର ନାତି କେ ବଡା ଭଲ୍ ପାଉଛେ ହୋ!" । ଅଜା ମଧ୍ୟ ଖୁସି ହେଇଯାଇଥିଲେ ।  ଚାରିବର୍ଷ ପୁରିଲା ବେଳକୁ ବାପାଙ୍କ ସାଙ୍ଗରେ ପୁରୀ ବୁଲିବାକୁ ଆସିଥିଲି ପ୍ରଥମଥର। ଶ୍ରୀମନ୍ଦିରରେ କାଳିଆ କୁ ଦର୍ଶନ କରିଥିଲି। କିନ୍ତୁ ଛୋଟ ଥିଲି ନା, ଆଖି ଭରି ଦେଖି ପାରିନଥିଲି। ଟିକେ ବଡ଼ ହେଲାପରେ ବାପାଙ୍କ ସାଙ୍ଗରେ ବିଭିନ୍ନ ଜାଗାକୁ ଯାଏ ରଥଯାତ୍ରା ଦେଖିବାକୁ । ଥରେ ରାଉରକେଲାରେ ରଥଯାତ୍ରା ଦେଖିବାକୁ ଯାଇଥିଲୁ, ସେଇଠି ମୁଁ ଦେଖିଲି ଜଗନ୍ନାଥଙ୍କ ବେଶ୍ ବଡ ବିଗ୍ରହ ପୂଜା ପାଉଥିଲେ। ବାପାଙ୍କୁ ଦେଖାଇ କହିଲି, "ବାପା, ଦେଖ କେତେ ବଡ଼ ଜଗନ୍ନାଥ" । ବାପା କହିଲେ ପୁରୀ ଗଲେ ଆହୁରି ବଡ଼ ଜଗନ୍ନାଥ ଦେଖିବୁ । ସେବେଠାରୁ ମନରେ ବହୁତ୍ ଇଚ୍ଛା , ପୁରୀ ଯାଇ ସେ ଆହୁରି ବଡ ଜଗନ୍ନାଥଙ୍କୁ ଟିକେ ମନଭରି ଦେଖିବି ।  ଅନେକ ଥର କାଳିଆର ଡୋରି ଲାଗିଛି ଓ ଅନେକ ଥର ଆମେ ସପରିବାର ପୁରୀ ଯାଇ ଦର୍

ଗୁରୁକୃପା

Image
 ସ୍କୁଲ୍ ରେ ନୂଆ ନୂଆ ନାମ ଲେଖା ଯାଇଥିଲା ମୋର। ଅନ୍ୟ ପିଲା ଯେମିତି ସ୍କୁଲ୍ ନଯିବା ପାଇଁ ବାହାନା କରନ୍ତି ମୁଁ କିନ୍ତୁ ସେମିତି କରେନି।ମତେ ସ୍କୁଲ୍ ଯିବା ପାଇଁ ବହୁତ୍ ଭଲ ଲାଗେ। ସରକାରୀ ସ୍କୁଲ୍ ହେଇଥିଲେ ବି ଆମ ସ୍କୁଲ୍ ରେ ପିଲା ମାନଙ୍କୁ କୌଣସି କ୍ଷେତ୍ରରେ ଅବହେଳା କରାଯାଇ ନଥିଲା। ଖେଳକୁଦ ହେଉ , ପାଠ ପଢା ହେଉ କିମ୍ବା ଅନ୍ୟାନ୍ୟ ପାଠ୍ୟକ୍ରମ ବହିର୍ଭୂତ କାର୍ଯ୍ୟକଳାପ ଯେମିତି କି ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ଲିଖନ ଇତ୍ୟାଦି ପାଇଁ ମଧ୍ୟ ସମାନ ଭାବରେ ଗୁରୁତ୍ଵ ଦେଉଥିଲେ ଶିକ୍ଷକ ମାନେ।ଏପରିକି ମାସର ଶେଷ ଶନିବାର ଦିନ ସ୍କୁଲ୍ ରେ ବିଭିନ୍ନ ପ୍ରତିଯୋଗିତା ହେଉଥିଲା ଓ ଯେଉଁମାନେ ଉତ୍ତୀର୍ଣ୍ଣ ହେଉଥିଲେ ତାଙ୍କୁ ସୋମବାର ଦିନ ପ୍ରାର୍ଥନା ସଭା ରେ ପୁରସ୍କୃତ କରାଯାଉଥିଲା।                      ଅନ୍ୟ କୌଣସି କ୍ଷେତ୍ର ଅପେକ୍ଷା ଚିତ୍ରାଙ୍କନ ରେ ମୋର ଛୋଟ ବେଳୁ ଟିକେ ବେଶୀ ରୁଚି ରହିଥିଲା। କେବଳ ଚିତ୍ରାଙ୍କନ କହିଲେ ଭୁଲ୍ ହେବ, କଳାତ୍ମକ ବିଷୟ ରେ ମୁଁ ବିଶେଷ ଅନୁପ୍ରବିଷ୍ଟ ଥିଲି। ସ୍କୁଲ୍ ରେ ଜଣେ ସାର୍ ଥିଲେ ଦୁଃଶାସନ ଖମାରୀ।ସେ ପିଲା ମାନଙ୍କୁ ଚିତ୍ରାଙ୍କନ ଶିଖାନ୍ତି। ବହୁତ୍ ସରଳ ଭାବରେ ସେ ବୁଝାନ୍ତି ଓ ଚିତ୍ର କୁ ସହଜରେ ଆଙ୍କିବା ପାଇଁ ଟିପ୍ସ ଦିଅନ୍ତି। ସ୍କୁଲରେ ଗଣେଶ ପୂଜା ଓ ସରସ୍ଵତୀ ପୂଜା ବେଳେ ମୂର୍ତ୍ତି ସେ ହିଁ ଗଢନ୍ତି। ସେ ମୂର୍ତ୍ତି ଗୁଡ଼ିକୁ ଦେଖି ମୋତେ ମଧ୍ୟ ଇଚ୍ଛା ହୁଏ ମୁଁ ବି ସ