Posts

ମିଛ

Image
ମାମୁଘର ସମ୍ବଲପୁରରେ ରହି ମୁଁ ଦ୍ଵିତୀୟ ଶ୍ରେଣୀରେ ପଢୁଥାଏ। ମୋ ସ୍କୁଲ୍ ର ନା ଥିଲା ହୀରାଖଣ୍ଡ ପ୍ରାଥମିକ ବିଦ୍ୟାଳୟ, ହୀରାକୁଦ। ମୋ ଅଜା ମଧ୍ୟ ଆଗରୁ ସେହି ସ୍କୁଲ୍ ରେ ହେଡ ମାଷ୍ଟର ଥିଲେ। ଅଗଷ୍ଟ ୧୫ ତାରିଖ ର ଘଟଣା। ମୋ ସାଙ୍ଗ ଶିବୁନା ମୋତେ ଘରକୁ ଡାକିଲା । କହିଲା ଘରେ ଭୋଜି ହେଉଛି, ଚାଲ୍ ଘରେ ମଟନ ଖାଇବା। ଛୋଟବେଳରୁ ମଟନ ମୋର ଭାରି ପ୍ରିୟ। ଏବେ ଯାଏଁ ମଧ୍ୟ ରବିବାର ହେଲେ ମୁଁ ସିଧା ସକାଳୁ ମଟନ ଦୋକାନରେ ପହଞ୍ଚି ଯାଏ। ତ ବାସ୍, ମୁଁ ରାଜି ହେଇଗଲି ଶିବୁନା କଥାରେ । ସ୍କୁଲ୍ ରେ ପତାକା ଉତ୍ତୋଳନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସାରିବା ପରେ ମୁଁ କାହାକୁ ନ ଜଣାଇ ବାହାରି ପଡ଼ିଲି ମୋ ସାଙ୍ଗ ସହିତ ତା ଘରକୁ ।   ତା ଘରେ ପହଞ୍ଚି ଗାଧୋଇ ପାଧେଇ ଖୁସି ରେ ଭାତ,ଡାଲି, ଖଟା,ମଟନ ପେଟେ ଖାଇଦେଇ ମୁଁ ତାଙ୍କରି ଘରେ ଶୋଇ ପଡ଼ିଲି। ଏପଟେ କିନ୍ତୁ ମୁଁ ଘର କୁ ନ ଫେରି ଥିବାରୁ ମୋ ଅଜା ଆଈଙ୍କ ମୁଣ୍ଡରେ ଚିନ୍ତା ବଢ଼ି ଯାଇଥିଲା। ସେମାନେ ସବୁଆଡେ ଖୋଜା ଖୋଜି କଲେ,କେତେ ଆଡେ ଫୋନ୍ ଲଗାଇ ଦେଖିଲେ। ମୋର କେତେ ଜଣ ସାଙ୍ଗ ଙ୍କ ଘରକୁ ମଧ୍ୟ ଯାଇକି ପଚାରିଲେ । ହେଲେ ମତେ ପାଇଲେ ନାହିଁ । ଅପରାହ୍ନ ପ୍ରାୟ ୫.୩୦ ପାଖାପାଖି ମୋ ନିଦ ଭାଙ୍ଗିଲା। ନିଦ ଭାଙ୍ଗିବା ପରେ ମୁଁ ବ୍ୟସ୍ତ ହେଇପଡ଼ିଲି ଫେରିବା ପାଇଁ, କାରଣ ମୁଁ ଘରେ ଜଣାଇ ନଥିଲି । ଶିବୁନା ର ସାଇକଲ ଧରି ସାଙ୍ଗେ ସାଙ୍ଗେ ବାହାରିଲି ଘରକୁ । 

ବାପାଙ୍କ ରେଡ଼ିଓ

Image
ରେଡ଼ିଓ ଆଜିକାଲିକା ପିଲା ବୋଧେ କେହି ଦେଖିନଥିବେ କି ଶୁଣିନଥିବେ। କିନ୍ତୁ ପୂର୍ବ ସମୟରେ ଏହା ମନୋରଞ୍ଜନର ଏକ ଗୁରୁତ୍ୱପୂର୍ଣ ମାଧ୍ୟମ ଥିଲା । କାହିଁ ଆମ ଜେଜେବାପା କିମ୍ବା ତାଙ୍କ ବାପାଙ୍କ ସମୟରୁ ରେଡିଓ ବାଜିଲେ ଘରେ ଘରେ ଖୁସିର ଲହରୀ ଖେଳି ଯାଉଥିଲା। ସେ ପାଣିପାଗର ସୂଚନା ହେଉ କି ଦେଶ ବିଦେଶର ଖବର ହେଉ , ନୂଆ ଚଳଚ୍ଚିତ୍ରର ମନ ମତାଣିଆ ଗୀତ ହେଉ ଅଥବା ପାଲା ଦାସକାଠିଆ ହେଉ , ଲୋକେ ସବୁ ରେଡିଓ ମାଧ୍ୟମରେ ହିଁ ଶୁଣୁଥିଲେ ଏବଂ ରେଡିଓ ସମସ୍ତଙ୍କ ଜୀବନର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ବିଶେଷ ଥିଲା । ରେଡିଓର ବଟନ୍ କୁ ଘୁରାଇ ଦେଲେ ଅଲଗା ଅଲଗା ଆକାଶବାଣୀ କେନ୍ଦ୍ରରୁ ଭିନ୍ନ ଭିନ୍ନ ପ୍ରକାରର କାର୍ଯକ୍ରମ ଉପଭୋଗ କରି ହେଉଥିଲା । ସକାଳୁ ସକାଳୁ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହେଉଥିବା ଓଡ଼ିଆ ଭାଗବତ ଶୁଣି ଘରେ ଘରେ ଭକ୍ତିଭାବ ସଞ୍ଚାରିତ ହେଉଥିଲା। କହିବାକୁ ଗଲେ ରେଡିଓ ପ୍ରତି ଘରେ ଏକ ମନୋରଞ୍ଜନର ପରିବେଶ ସୃଷ୍ଟି କରିବାରେ ସକ୍ଷମ ଥିଲା।  ପିଲାଟି ଦିନରୁ ମାମୁଁ ଘରେ ରହୁଥିଲି ମୁଁ । ମାମୁଁ ଘରେ ଗୋଟେ BPL ଟିଭି ଥିଲା ଓ ସେଥିରେ ଆମେ ସମସ୍ତେ ମିଶି ରାମାୟଣ , ମହାଭାରତ ଆଦି ଦେଖୁ । ଆମ ଘରେ ମଧ୍ୟ ଟିଭି ହିଁ ଦେଖନ୍ତି ସମସ୍ତେ । ବାପା କିନ୍ତୁ ଟିକେ ଅଲଗା । ସକାଳୁ ଉଠି ନିତ୍ୟକର୍ମ ସାରି ଆଗେ ରେଡିଓ ଚଲାଇ ବସି ପଡ଼ନ୍ତି ଦୁଆରେ । ତା'ପରେ ମା'ଙ୍କୁ ଡାକ ପକାନ୍ତି ଚା ଦେବାପାଇଁ । ପ୍

ମୋ ଅନୁଭୂତିରେ ଜଗନ୍ନାଥ

Image
ଛୋଟବେଳରୁ ଜଗନ୍ନାଥ ମୋର ଭାରି ପ୍ରିୟ। ଅଜା କୁହନ୍ତି ଜଗନ୍ନାଥଙ୍କର ଓ ମୋର ସମ୍ପର୍କ କୁଆଡେ ଜନ୍ମରୁ। କୁହନ୍ତି ମୋତେ ଯେବେ ସେ ରଥ ଛୁଆଁଇବାକୁ ନେଇକି ଯାଇଥିଲେ ରଥଯାତ୍ରା ଦିନ, ମୋତେ ପଣ୍ଡିତେ ଟେକି ନେଇଥିଲେ ରଥ ଉପରକୁ ଏବଂ କୋଳରେ ଧରି ଭୋଗ କରୁଥିଲେ। ହଠାତ୍ ମୁଁ ତାଙ୍କ କୋଳରୁ ଜଗନ୍ନାଥଙ୍କ ପାଦତଳକୁ ଗଡି ଯାଇଥିଲି।ଏହା ଦେଖି ପଣ୍ଡିତେ ଅଜାଙ୍କୁ ଆଞ୍ଚଳିକ ସମ୍ବଲପୁରୀ ଭାଷା ରେ କହିପକେଇଥିଲେ "ସାହୁବାବୁ, କାଲିଆ ତୁମର ନାତି କେ ବଡା ଭଲ୍ ପାଉଛେ ହୋ!" । ଅଜା ମଧ୍ୟ ଖୁସି ହେଇଯାଇଥିଲେ ।  ଚାରିବର୍ଷ ପୁରିଲା ବେଳକୁ ବାପାଙ୍କ ସାଙ୍ଗରେ ପୁରୀ ବୁଲିବାକୁ ଆସିଥିଲି ପ୍ରଥମଥର। ଶ୍ରୀମନ୍ଦିରରେ କାଳିଆ କୁ ଦର୍ଶନ କରିଥିଲି। କିନ୍ତୁ ଛୋଟ ଥିଲି ନା, ଆଖି ଭରି ଦେଖି ପାରିନଥିଲି। ଟିକେ ବଡ଼ ହେଲାପରେ ବାପାଙ୍କ ସାଙ୍ଗରେ ବିଭିନ୍ନ ଜାଗାକୁ ଯାଏ ରଥଯାତ୍ରା ଦେଖିବାକୁ । ଥରେ ରାଉରକେଲାରେ ରଥଯାତ୍ରା ଦେଖିବାକୁ ଯାଇଥିଲୁ, ସେଇଠି ମୁଁ ଦେଖିଲି ଜଗନ୍ନାଥଙ୍କ ବେଶ୍ ବଡ ବିଗ୍ରହ ପୂଜା ପାଉଥିଲେ। ବାପାଙ୍କୁ ଦେଖାଇ କହିଲି, "ବାପା, ଦେଖ କେତେ ବଡ଼ ଜଗନ୍ନାଥ" । ବାପା କହିଲେ ପୁରୀ ଗଲେ ଆହୁରି ବଡ଼ ଜଗନ୍ନାଥ ଦେଖିବୁ । ସେବେଠାରୁ ମନରେ ବହୁତ୍ ଇଚ୍ଛା , ପୁରୀ ଯାଇ ସେ ଆହୁରି ବଡ ଜଗନ୍ନାଥଙ୍କୁ ଟିକେ ମନଭରି ଦେଖିବି ।  ଅନେକ ଥର କାଳିଆର ଡୋରି ଲାଗିଛି ଓ ଅନେକ ଥର ଆମେ ସପରିବାର ପୁରୀ ଯାଇ ଦର୍

ମାଡ଼ ଓ ମା'ର ମମତା

Image
ସେତେେଳକୁ ମୁଁ ଚତୁର୍ଥ ଶ୍ରେଣୀରେ ପଢୁଥାଏ। ମା ଜଣେ ଶିକ୍ଷୟିତ୍ରୀ ଥିଲେ। ଗାଁ ସ୍କୁଲ ରେ ହିଁ ସେ ପାଠ ପଢ଼ାଉଥିଲେ। ମୁଁ ମଧ୍ୟ ତାଙ୍କ ସହିତ ସ୍କୁଲ ଯାଏ ସବୁଦିନେ। ସାଙ୍ଗସାଥୀ ମାନଙ୍କ ଭିତରେ ବହୁତ ଖାତିର ମୋର, କାରଣ ମୋ ମା ସେହି ସ୍କୁଲ୍ ରେ ଶିକ୍ଷୟିତ୍ରୀ। ସେଥିପାଇଁ ସାଙ୍ଗମାନେ ଭାବନ୍ତି ଯେ ୟା ସହିତ ମିଶିଲେ ଆଗୁଆ ପରୀକ୍ଷା ପ୍ରଶ୍ନପତ୍ର ମିଳିଯିବ। ସେମାନଙ୍କ ଧାରଣା ଏୟା ଯେ ମୋତେ ପରୀକ୍ଷା ଆଗରୁ ପ୍ରଶ୍ନ ସବୁ ଜଣାଥାଏ । ମାଡ଼ମଙ୍କ ପୁଅ ବୋଲି ସବୁ ସାର୍ ଆଉ କର୍ମଚାରୀ ମାନେ ଭାରି ଭଲ ବି ପାଆନ୍ତି। ତୃତୀୟ ଶ୍ରେଣୀରେ ବୃତ୍ତି ମଧ୍ୟ ପାଇଥିଲି ତେଣୁ ସ୍କୁଲ ରେ ଜଣେ ମେଧାବୀ ଛାତ୍ର ହିସାବରେ ସମସ୍ତେ ଜାଣିଥିଲେ। ଏଇ ସବୁକୁ ଦେଖି ସାଙ୍ଗମାନେ ଭାରି ଉପରକୁ ଟେକି ଦିଅନ୍ତି ମୋତେ, ଆଉ ମୁଁ ବି ମନେ ମନେ ଟିକିଏ ଖୁସି ହେଇଯାଏ। ମା ଚତୁର୍ଥ ଶ୍ରେଣୀରେ ସାହିତ୍ୟ ଓ ସାମାଜିକ ବିଜ୍ଞାନ ପଢ଼ାନ୍ତି। ଥରେ ୟୁନିଟ୍ ଟେଷ୍ଟ ହେବାର ନୋଟିସ ଆସିଲା। ସାଙ୍ଗମାନେ ପରୀକ୍ଷା କଥା ଶୁଣି ଟିକେ ଆତଙ୍କିତ ହେଇଗଲେ। ସ୍କୁଲ୍ ଛୁଟି ହେଲାପରେ ତିନି ଚାରିଜଣ ସାଙ୍ଗ ଆସି ମୋତେ ଖୋସାମତ କଲେ ପ୍ରଶ୍ନପତ୍ର ପାଇଁ। ମୁଁ ତାଙ୍କୁ ପ୍ରଶ୍ନ ଆଣିକି ଦେଲେ ୧୦ ଟଙ୍କା ଲେଖାଏଁ ଦେବେ ବୋଲି ମଧ୍ୟ କହିଲେ। ସେତେବେଳେ ୧୦ ଟଙ୍କା ମୋ ପାଇଁ ବହୁତ୍ ବେଶୀ ଥିଲା । ୩୦-୪୦ ଟଙ୍କା ଲୋଭରେ ମୁଁ ମାଆଙ୍କ ଅନୁପସ୍ଥିତିରେ ପ୍ରଶ୍ନପତ୍ର ଆଣି ସାଙ୍ଗ ମା

ଘୃଣା

Image
 ମତେ ସେତେବେଳେ ସାତ ବର୍ଷ ହେଉଥାଏ। ସୁନ୍ଦରଗଡ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀରେ ଆମେ ରହୁଥିଲୁ ସପରିବାର। ସାହି ପଡିଶା ସହ ବେଶ୍ ଭଲ ସମ୍ପର୍କ ଥିଲା। ଘର ପାଖାପାଖି ଦୁଇ ଚାରି ଜଣ ସାଙ୍ଗ ମଧ୍ୟ ମିଳି ଯାଇଥିଲେ ମିଶିବା ପାଇଁ। ତାଙ୍କରି ସହିତ ଖେଳେ, ବୁଲିବାକୁ ଯାଏ, ଆମେ ଗାଁ ବସ୍ ଷ୍ଟାଣ୍ଡରେ ଥିବା ଦୋକାନରେ ବରା ପିଆଜି ଖାଉ, ଏମିତି କେତେ ମଜା କରୁ। ଆମ ସାହିରେ ଗୋଟେ ପିଲା ରହୁଥିଲା "ମୁନା "। କେଜାଣି କାହିଁକି ପଡିଶା ଘରର ମାଉସୀ ତା ସହ ମିଶିବାକୁ ସବୁବେଳେ ବାରଣ କରନ୍ତି । ମା ମଧ୍ୟ ମୋତେ କେତେ ଥର ମନା କରିଛନ୍ତି ତା ସହ ମିଶିବୁନି କିମ୍ବା ତାଙ୍କ ଘର ଆଡେ ଯିବୁନି ବୋଲି। ମନରେ ସବୁବେଳେ ଗୋଟେ କୌତୁହଳ ସୃଷ୍ଟି ହୁଏ, କାହିଁକି ମୋତେ ମନା କରୁଛନ୍ତି ସମସ୍ତେ ? କାହିଁକି ଏତେ ଘୃଣା କରନ୍ତି ମୁନା ଓ ତାର ପରିବାରକୁ?            ମୁନାର ପରିବାର ବିଷୟରେ କହିବାକୁ ଗଲେ ତା ବାପା ବି ମୋ କକାଙ୍କ ବୟସର ହେବେ। ମୁନା ମୋ'ଠାରୁ ବର୍ଷେ ସାନ ହେବ ବୋଧେ। ଗାଁ ଲୋକେ କୁହନ୍ତି ତା ବାପାଙ୍କ ମସ୍ତିଷ୍କ ବିକୃତି ଥିଲା।ସେ କିଛି କାମ କରୁନଥିଲେ। ଲୁଙ୍ଗି ଗୋଟିଏ ପିନ୍ଧି ଗାମୁଛା ଟିଏ ଅଣ୍ଟାରେ ବାନ୍ଧି ସେ ଏଠି ସେଠି ବୁଲୁଥାନ୍ତି। ମୁଁ ଦେଖିବାରେ ମୁନାର ମା ହିଁ ସବୁବେଳେ ତାଙ୍କୁ ବୁଝେଇ ସୁଝେଇ ଓ ନ ବୁଝିଲେ ଟାଣି ଟାଣି ଘରକୁ ନେଇକି ଯାଆନ୍ତି। ସଞ୍ଜ ବେଳେ ମୁନା'ର ମା ଗୋଟେ ଠେଲା ରେ ଗୁପଚୁପ, ଚାଟ ଓ ଝ

ଗୁରୁକୃପା

Image
 ସ୍କୁଲ୍ ରେ ନୂଆ ନୂଆ ନାମ ଲେଖା ଯାଇଥିଲା ମୋର। ଅନ୍ୟ ପିଲା ଯେମିତି ସ୍କୁଲ୍ ନଯିବା ପାଇଁ ବାହାନା କରନ୍ତି ମୁଁ କିନ୍ତୁ ସେମିତି କରେନି।ମତେ ସ୍କୁଲ୍ ଯିବା ପାଇଁ ବହୁତ୍ ଭଲ ଲାଗେ। ସରକାରୀ ସ୍କୁଲ୍ ହେଇଥିଲେ ବି ଆମ ସ୍କୁଲ୍ ରେ ପିଲା ମାନଙ୍କୁ କୌଣସି କ୍ଷେତ୍ରରେ ଅବହେଳା କରାଯାଇ ନଥିଲା। ଖେଳକୁଦ ହେଉ , ପାଠ ପଢା ହେଉ କିମ୍ବା ଅନ୍ୟାନ୍ୟ ପାଠ୍ୟକ୍ରମ ବହିର୍ଭୂତ କାର୍ଯ୍ୟକଳାପ ଯେମିତି କି ଚିତ୍ରାଙ୍କନ, ବକ୍ତୃତା, ପ୍ରବନ୍ଧ ଲିଖନ ଇତ୍ୟାଦି ପାଇଁ ମଧ୍ୟ ସମାନ ଭାବରେ ଗୁରୁତ୍ଵ ଦେଉଥିଲେ ଶିକ୍ଷକ ମାନେ।ଏପରିକି ମାସର ଶେଷ ଶନିବାର ଦିନ ସ୍କୁଲ୍ ରେ ବିଭିନ୍ନ ପ୍ରତିଯୋଗିତା ହେଉଥିଲା ଓ ଯେଉଁମାନେ ଉତ୍ତୀର୍ଣ୍ଣ ହେଉଥିଲେ ତାଙ୍କୁ ସୋମବାର ଦିନ ପ୍ରାର୍ଥନା ସଭା ରେ ପୁରସ୍କୃତ କରାଯାଉଥିଲା।                      ଅନ୍ୟ କୌଣସି କ୍ଷେତ୍ର ଅପେକ୍ଷା ଚିତ୍ରାଙ୍କନ ରେ ମୋର ଛୋଟ ବେଳୁ ଟିକେ ବେଶୀ ରୁଚି ରହିଥିଲା। କେବଳ ଚିତ୍ରାଙ୍କନ କହିଲେ ଭୁଲ୍ ହେବ, କଳାତ୍ମକ ବିଷୟ ରେ ମୁଁ ବିଶେଷ ଅନୁପ୍ରବିଷ୍ଟ ଥିଲି। ସ୍କୁଲ୍ ରେ ଜଣେ ସାର୍ ଥିଲେ ଦୁଃଶାସନ ଖମାରୀ।ସେ ପିଲା ମାନଙ୍କୁ ଚିତ୍ରାଙ୍କନ ଶିଖାନ୍ତି। ବହୁତ୍ ସରଳ ଭାବରେ ସେ ବୁଝାନ୍ତି ଓ ଚିତ୍ର କୁ ସହଜରେ ଆଙ୍କିବା ପାଇଁ ଟିପ୍ସ ଦିଅନ୍ତି। ସ୍କୁଲରେ ଗଣେଶ ପୂଜା ଓ ସରସ୍ଵତୀ ପୂଜା ବେଳେ ମୂର୍ତ୍ତି ସେ ହିଁ ଗଢନ୍ତି। ସେ ମୂର୍ତ୍ତି ଗୁଡ଼ିକୁ ଦେଖି ମୋତେ ମଧ୍ୟ ଇଚ୍ଛା ହୁଏ ମୁଁ ବି ସ